ବିଶ୍ୱକପ ହକି ପାଇଁ ଟିକେଟ କଳାବଜାରୀ, ଗରାଖ ବେଶରେ ଯାଇ ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବିଶ୍ୱକପ ହକି ପାଇଁ ଟିକେଟ କଳାବଜାରୀ କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୩୫ଟି ହକି ଟିକେଟ୍‌, ୧୦ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଯୁବକମାନେ ଛାତ୍ର ଓ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି।
ଟିକେଟ କଳାବଜାରୀ ହେଉଥିବା ଖବର ପାଇ ଭୁବନେଶ୍ୱରର ଏକ ସ୍ଥାନରେ ପୋଲିସ ସାଧା ପୋଷାକରେ ପହଞ୍ଚିଥିଲା। ଗରାଖ ଭାବି ଅଭିଯୁକ୍ତମାନେ ତାଙ୍କୁ ଚଢ଼ା ଦରରେ ଟିକେଟ ମୂଲଚାଲ କରିବାରୁ ପୋଲିସ ତାଙ୍କୁ ମାଡ଼ି ବସିଥିଲା। ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.