ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ମାଣ ହେବ ୧୪୭ ବିଧାୟକ ଭବନ, ଏଥିପାଇଁ ଅତିକମରେ ୧୪୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାଧାରଣ ଭାବେ ଆକଳନ କରାଯାଉଛି। ଗତ ସୋମବାର ଦିନ ଅନୁଷ୍ଠିତ ବିଧାନସଭା ଏଥିକ୍ସ କମିଟିରେ ଏହା ଉପରେ ଆଲୋଚନା ହୋଇ ପ୍ରସ୍ତାବ ପାରିତ ହୋଇଛି, ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିପାଇଁ ସରକାରଙ୍କ ରାଜସ୍ୱରୁ ଯେତେ କୋଟି ଟଙ୍କା ଖର୍ଚ୍ଚ ହେଉ ପଛେ, ତାହା କରିବାକୁ୍ ହେଵ କାରଣ ଏହା ଫଳରେ ନିର୍ବାଚନମଣ୍ଡଳୀର ଲୋକମାନେ ଗୋଟିଏ ସ୍ଥାନରେ ବିଧାୟକଙ୍କୁ ଭେଟି ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ ବୋଲି କମିଟି ବୈଠକରେ ଦର୍ଶାଯାଇଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ଏହାକୁ ସ୍ବାଗତ କରିଛନ୍ତି।