ମହଙ୍ଗା ପଡିଲା ଏଲନ ମସ୍କଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବା

ବିଶ୍ୱର ୧ ନଂ ଧନୀ ଏଲନମସ୍କ ଏଇ କିଛିଦିନ ଧରି ବହୁଚର୍ଚ୍ଚାରେ ରହି ଆସୁଛନ୍ତି । ସୋସିଆଲ ଆପ ଟ୍ବିଟ୍‌ରକୁ କିଣିବା ପରେ ଏକକାଳୀନ ଦଶହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ଏଲନ । ନିକଟରେ ସୋସିଆଲ୍‌ ମିଡିଆରେ ଜଣେ କର୍ମଚାରୀ ତାଙ୍କ ଟ୍ବିଟ୍‌ରେ ନିଜର ମତ ପ୍ରକାଶ କରିବା କାରଣରୁ ମସ୍କ ଉକ୍ତ କର୍ମଚାରୀଙ୍କ ଛଟେଇ କରିଥିବା ସୂଚନା ମିଳିଛି । ପ୍ରଥମ ଟ୍ବିଟ୍‌ରେ ମସ୍କ କିଛି ଦେଶରେ ଟ୍ବିଟର୍‌ ସ୍ଲୋ ହେବା କାରଣରୁ ବ୍ୟବହାରକାରୀଙ୍କୁ କ୍ଷମା ମାଗି ଲେଖିଛନ୍ତି, “ବିଭିନ୍ନ ଦେଶରେ ଟ୍ବିଟର୍‌ ସ୍ଲୋ ହେବା କାରଣରୁ ମୁଁ ବ୍ୟବହାରକାରୀଙ୍କୁ କ୍ଷମା ମାଗୁଛି । ଆପ୍‌ରେ କାମ ଚାଲୁଛି, ବ୍ୟବହାରକାରୀଙ୍କୁ ଖୁବ୍‌ ବଢ଼ିଆ ହୋମ୍‌ ଟାଇମ୍‌ଲାଇନ୍‌ ଦେଖିବାକୁ ମିଳିବ। ” ଯାହାର ଉତ୍ତରରେ ଟ୍ବିଟର୍‌ର ଜଣେ ବ୍ୟବହାରକାରୀ ଏରିକ୍‌ ଫ୍ରୋଚେନ୍‌ ହୋଇଫେର୍‌ ଲେଖିଥିଲେ, ‘ମୁଁ ଟ୍ବିଟର୍‌ ଓ ଆଣ୍ଡ୍ରଏଡ୍‌ରେ ୬ ବର୍ଷ ବିତାଇଛି ଓ କହୁଛି ଯେ ଏହା ଭୁଲ୍‌ ଅଟେ’। ଯାହାକି ମସ୍କଙ୍କୁ ଆଦୌ ପସନ୍ଦ ଆସି ନଥିଲା। ମସ୍କ ଅନ୍ୟ ଏକ ଟ୍ବିଟ୍‌ରେ ଏରିକ୍‌ ଫ୍ରୋଚେନ୍‌ ହୋଇଫେର୍‌ଙ୍କୁ ଚାକିରିରୁ ଛଟେଇ କରି ଦେଇଥିବା ପୋଷ୍ଟ୍‌ କରିଛନ୍ତି। ହେଲେ ତାଙ୍କର ଆଉ ଚାକିରି ନାହିଁ ବୋଲି ତାଙ୍କୁ ଆନୁଷ୍ଠାନିକ କୌଣସି ସୂଚନା ମିଳିନାହିଁ ବୋଲି ସେ ଫୋର୍ବସକୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି। ‌

Leave A Reply

Your email address will not be published.