ଭାରତୀୟଙ୍କୁ ବ୍ରିଟେନ ଦବ ପ୍ରତିବର୍ଷ ୩୦୦୦ ବ୍ରିଟିସ୍‌ ଭିସା

ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ହୋଇଥିବା ଜି୨୦ ଶିଖର ସମ୍ମିଳନୀ’ର ୧୭ଶ ଅଧିବେଶନ ଅବସରରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ଥରପାଇଁ ଭେଟିଛନ୍ତି । ଲଣ୍ଡନ୍‌: ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପାଇଁ ଭାରତର ପ୍ରସ୍ତାବକୁ ସୁନକ୍‌ ମଂଜୁର କରିଛନ୍ତି । ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍‌ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ବାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି ଯେ ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍‌ନାଲ୍‌’ ଦେଶ। ବ୍ରିଟେନକୁ ଆସି ୨ ବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା ଲାଗି ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରି-ଏଡୁକେଟେଡ୍‌ ଭାରତୀୟ ନାଗରିକମାନଙ୍କୁ ୩୦୦୦ ନିଯୁକ୍ତି ମିଳିବ । ଏକଥା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି କହିଛି ।

Leave A Reply

Your email address will not be published.