ଆଜି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ଶାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଉଲିହାଟୁ ଗାଁକୁ ଯାଇ ସ୍ବାଧୀନତା ସଂଗ୍ରାମୀ ବିର୍ଶାମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ ସମାଜ ପ୍ରତି ଥିବା ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ରାଷ୍ଟ୍ରପତି । ବିର୍ସା ମୁଣ୍ଡାଙ୍କ ସମ୍ମାନ ପାଇଁ ତାଙ୍କ ଜନ୍ମ ଜୟନ୍ତୀକୁ ଜନଜାତୀୟା ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସ ପାଳନ ପାଇଁ ଗତବର୍ଷ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା ।