ପ୍ରତିବାଦକାରୀ ମାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ ୫ ନିହତ, ୧୦ ଆହତ

ଇରାନ୍‌ର ଦକ୍ଷିଣ ପଶ୍ଚିମ ଖୁଜେସ୍ତାନ ପ୍ରଦେଶରେ ପ୍ରତିବାଦକାରୀ ଓ ନିରାପତ୍ତାବଳ ମଧ୍ୟରେ ସଂଘର୍ଷ ଚାଲୁରହିଥିବା ସମୟରେ ଦଳେ ଆତଙ୍କବାଦୀ ଦୁଇଟି ମୋଟର ସାଇକେଲ୍‌ରେ ଇଜେ ନଗରୀର ମଧ୍ୟଭାଗରେ ଥିବା ବଜାରରେ ପହଞ୍ଚି ଆଖିବୁଜା ଗୁଳି ଚଲାଇଥିଲେ । ଗୁଳିଚାଳନାରେ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟୂନ ୧୦ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଏହି ଆକ୍ରମଣ ପଛରେ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଏହି ଆକ୍ରମଣ ପରେ ପ୍ରତିବାଦ ଆହୁରି ଯୋର ଧରିବ ବୋଲି ଇରାନ ବାସି କହିଛନ୍ତି । ସୂଚନା ଅନୁସାରେ ସେପ୍ଟେମ୍ବର ୧୬ ତାରିଖରେ ମାଶା ଆମିନିଙ୍କ ମୃତ୍ୟୁ ପରେ ସମଗ୍ର ଇରାନ୍‌ରେ ପ୍ରତିବାଦ ପ୍ରଦର୍ଶନ ଚାଲିଛି । ଇରାନ୍‌ରେ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଡ୍ରେସ୍‌କୋଡ୍‌ ଉଲ୍ଳଂଘନ କରିଥିବା ଅଭିଯୋଗରେ ମୋରାଲିଟି ପୋଲିସ୍‌ ଦ୍ବାରା ଗିରଫ ହେବାର ୩ ଦିନ ପରେ ମାଶା ଆମିନିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ପ୍ରତିବାଦ କରି ହଜାର ହଜାର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରତିବାଦକୁ ସରକାରୀ କର୍ତ୍ତୃପକ୍ଷମାନେ ଦଙ୍ଗା ବୋଲି କହୁଛନ୍ତି।

Leave A Reply

Your email address will not be published.