ଗର୍ବର ଓ ଗୌରବର ମୁହୂର୍ତ୍ତ ଜି-୨୦ ଅଦକ୍ଷ ପଦ ଏଥର ଭାରତ ହାତକୁ ଆସିଛି

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ସମିଳନୀ ବୁଧବାର ଦିନ ଶେଷ ହେବ ପୂର୍ବରୁ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି ।

ଗୋଟିଏ ବର୍ଷ ପାଇଁ ଭାରତ ପାଖରେ ଅଧ୍ୟକ୍ଷ ପଦ ରହିବ। ଡିସେମ୍ବର ୧ ତାରିଖରୁ ଭାରତ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ଭାର ସମ୍ଭାଳିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷ ଭାବେ ସବୁ ସଦସ୍ୟଙ୍କୁ ସାଥୀରେ ନେଇ ଚାଲିବ

ଜି-୨୦ ଅଧ୍ୟକ୍ଷତା କାଳରେ ଭାରତର ବିଭିନ୍ନ ରାଜ୍ୟର ସହରରେ ୨୦୦ରୁ ଅଧିକ ପ୍ରାରମ୍ଭିକ ଓ ଅନ୍ୟାନ୍ୟ ବୈଠକ କରାଯିବ ।

ସେପଟେ ୟୁକ୍ରେନ-ରୁଷ୍ ଯୁଦ୍ଧ ଉପରେ ମୋଦୀ କିଛି ମାସ ତଳେ ଦେଇଥିବା ମନ୍ତବ୍ୟ ଜି-୨୦ ବୈଠକର ଆନୁଷ୍ଠାନିକ ଘୋଷଣା ପତ୍ରରେ ସ୍ଥାନ ପାଇଛି ।

ଏବେର ସମୟ ଯୁଦ୍ଧର ସମୟ ନୁହେଁ ବୋଲି ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ । ମୋଦୀଙ୍କ ଏହି ମନ୍ତବ୍ୟକୁ ଅଧିକାଂଶ ଦେଶ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.