ଆଜି ହେଉଛି ଜାତୀୟ ପତ୍ରକାରିତା ଦିବସ

ଆଜି ହେଉଛି ଜାତୀୟ ପତ୍ରକାରିତା ଦିବସ – ନେସନାଲ ପ୍ରେସ ଡେ । 1966 ମସିହା ନଭେମ୍ବର 16 ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠିତ ହେବା ପରେ ଏହି ଦିନଟିକୁ ଜାତୀୟ ପତ୍ରକାରିତା ଦିବସ ଭାବେ ପାଳନ କରାଯାଉଛି । 56 ବର୍ଷ ଅତିକ୍ରାନ୍ତ ହେବା ପରେ ବିଡମ୍ବନାର ବିଷୟ ଯେ ଭାରତର ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ନାମିତ ସାମ୍ବାଦିକତାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା, ତାହା ହୋଇନାହିଁ । ସାରା ବିଶ୍ୱରେ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଥିବା 5ଟି ଦେଶ ମଧ୍ୟରେ ଭାରତ ଅନ୍ୟତମ । ସାମ୍ବାଦିକମାନେ ମଧ୍ୟ ଶାସକ ଶକ୍ତିକୁ ପ୍ରଶ୍ନ କରିବା ବଦଳରେ ତାହାର ଚାଟୁକାରିତାକୁ ନିଜର ଦାୟିତ୍ୱ ବୋଲି ମାନେ କରୁଛନ୍ତି । ଏହା ସତ୍ୱେ ଆମ ଦେଶରେ ବହୁ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଅଛନ୍ତି । ଜାତୀୟ ପତ୍ରକାରିତା ଦିବସ ପାଳନ ଅବସରରେ ଚତୁର୍ଥ ସ୍ତମ୍ଭ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ଏକଥା କହିଛନ୍ତି, ସଂସ୍ଥାର ପ୍ରତିଷ୍ଠାତା ଜଗନ୍ନାଥ ଦାସ ।

Leave A Reply

Your email address will not be published.