ବିସଲେରି କମ୍ପାନୀ ମାଲିକାନାକୁ ନେଇ ଛବି ଅସ୍ପଷ୍ଟ

ନିଜ କମ୍ପାନୀକୁ ଟାଟା ଗୃପକୁ ବିକ୍ରି କରିଦେବାକୁ ଗତବର୍ଷ ନଭେମ୍ବର ମାସରେ ବ୍ଯବସାୟିକ ଆଲୋଚନା କରିଥିଲେ ବିସଲେରି କମ୍ପାନୀ ମାଲିକ ରମେଶ ଚୌହାନ। ସେ ୬୦୦୦-୭୦୦୦ କୋଟି ଟଙ୍କାରେ କମ୍ପାନୀକୁ ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଥିଲେ, ମାତ୍ର ଏତେ ଦରରେ କିଣିବା ପାଇଁ ଟାଟାଗୃପ ରାଜି ହୋଇନଥିଲା। ପରେ ଶ୍ରୀ ଚୌହାନ କହିଥିଲେ ଯେ ସେ କମ୍ପାନୀ ବିକ୍ରି କରିବେ ନାହିଁ, ତାଙ୍କ ଝିଅ ଜୟନ୍ତୀ ଚୌହାନ କମ୍ପାନୀ ଦାୟିତ୍ୱ ବୁଝିବେ। ହେଲେ ବାପାଙ୍କର ଏହି ପ୍ରସ୍ତାବକୁ ପ୍ରତ୍ଯାକ୍ଷାନ କରି ଦେଇଛନ୍ତି ଜୟନ୍ତୀ – ପିତାଙ୍କ କମ୍ପାନୀରେ ତାଙ୍କର କିଛି ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ଏଥିରୁ ପିତାପୁତ୍ରୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଚର୍ଚ୍ଚା ହେଉଛି।

ଜଣେ ପ୍ରଫେସନାଲ୍ ସିଇଓଙ୍କ ଜରିଆରେ କମ୍ପାନିକୁ ଆଗକୁ ବଢ଼ାଇବା ଉପରେ ଏବେ ଶ୍ରୀ ଚୌହାନ ଚିନ୍ତା କରୁଛନ୍ତି ବୋଲି କୁହାଯାଉଛି। ଏଥିପାଇଁ ବିସଲେରିର ସିଇଓ ଥିବା ଏଞ୍ଜେଲୋ ଜର୍ଜଙ୍କ ହାତରେ କମ୍ପାନୀର କମାଣ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.