ବିରୋଧୀଙ୍କ କଥାର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ଓ ଚାରିଆଡେ ଅଶାନ୍ତି ଅସନ୍ତୋଷର ପରିସ୍ଥିତି ବ୍ଯାପକ ହେଉଛି ବୋଲି ବିରୋଧୀ ଦଳଗୁଡିକର ଅଭିଯୋଗକୁ ନିଜ ସ୍ଵଭାବ ସୁଲବ ଢଙ୍ଗରେ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ କହିଛନ୍ତି ଯେ ମେକ ଇନ ଓଡିଶା କନକ୍ଲେଭରେ ପୁଞ୍ଜିନିବେଶକାରୀ କମ୍ପାନୀଗୁଡିକ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ସେମାନଙ୍କ ମତରେ ଓଡ଼ିଶାର ପରିବେଶ ଶାନ୍ତ ଓ ସୁନ୍ଦର, ଏଠିକାର ଲୋକମାନେ ଶାନ୍ତିପ୍ରିୟ, ଏଠାରେ ହିଂସାର ବିଶୃଙ୍ଖଳା ନାହିଁ – ତେଣୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ ବୋଲି କିପରି କୁହାଯାଇ ପାରିବ ?

Leave A Reply

Your email address will not be published.