ବିଧାନସଭା ଆରମ୍ଭରୁ ହଙ୍ଗାମା ହେବା କାରଣରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କରି ଗୃହ ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ଅନୁରୋଧ ପ୍ରତି କର୍ଣ୍ଣପାତ ନକରି ବିରୋଧୀ ସଦସ୍ୟମାନେ ହଟଗୋଳ ଜାରି ରଖିଥିବାରୁ ଗୃହକାର୍ଯ୍ୟକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡିଥିଲା।
ବିରୋଧୀ ସଦସ୍ୟମାନଙ୍କ ଏଭଳି ପ୍ରତିବାଦକୁ ବିରୋଧ କରି ଶାସକ ବିଜେଡି ସଦସ୍ୟମାନେ କହିଥିଲେ ଯେ ଓଡ଼ିଶାରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଭାଇ ଭାଇ ହୋଇଯାଇଛନ୍ତି ।