୪ପତ୍ନୀ ରଖିଥିବା ଇଞ୍ଜିନିୟରଙ୍କୁ ବାନ୍ଧିଲା ପୋଲିସ

ରାୟଗଡା କାଶିପୁର ବ୍ଲକର ରୋଡସ୍ ଏଣ୍ଡ ବିଲଡିଙ୍ଗ ବିଭାଗର କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଶାନଙ୍କୁ ଗତକାଲି ପୋଲିସ ଗିରଫ କରିଛି। ଗୋପୀନାଥଙ୍କ ଚତୁର୍ଥ ପତ୍ନୀ ସୁନୀତା କିଶାନଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ୨୦୨୨ ଫେବୃଆରୀ ୨୨ ତାରିଖରେ ଦୁଇ ପରିବାରର ସମ୍ମତିକ୍ରମେ ଝାରସୁଗୁଡାର ଏକ ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା, ମାତ୍ର ଗୋପୀନାଥ ପୂର୍ବରୁ ୩ ଯୁବତୀଙ୍କୁ ବିବାହ କରିଥିଲେ ଓ ଏକଥା ସୁନୀତାଙ୍କ ଠାରୁ ଲୁଚାଇ ରଖିଥିଲେ । ଏସବୁ ଜାଣିବା ପରେ ସୁନୀତା ପୂର୍ବର ୩ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଗୋପୀନାଥଙ୍କୁ ବାଧ୍ୟ କରିଥିଲେ ଓ ଏନେଇ ୨୦୨୨ ମସିହା ଜୁନ ମାସରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ, ମାତ୍ର ପୋଲିସର ପରାମର୍ଶକ୍ରମେ ଗୋପୀନାଥ ପୂର୍ବ ୩ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ରାଜି ହେବାରୁ ସେମାନଙ୍କ ମଧ୍ୟରେ ଆପୋଷ ମିଳାମିଶା ହୋଇଥିଲା। ହେଲେ ସେପରି କିଛି କରିବା ବଦଳରେ ସେ ତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଲେ ବୋଲି ସୁନୀତା ନିଜ ଏତଲାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.