ବଜାର ପ୍ରଡକ୍ଟ ନୁହେଁ, ଏଣିକି ଘରୋଇ ଉପାୟରେ କେଶକୁ କରନ୍ତୁ କଳା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜୀବନରେ ଚାପ ବଢ଼ିବା ଯୋଗୁ ସ୍ୱାସ୍ଥ୍ୟ ସହିତ କେଶର ବି କ୍ଷତି ହୋଇଥାଏ। ତଥାପି କିଛି ଘରୋଇ ଉପଚାର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ କେଶକୁ ସ୍ୱାଭାବିକ ଭାବରେ କଳା କରି ପାରିବେ।

କେଶ ଧଳା ହେବାର କାରଣ :
ଖରାପ ଜୀବନଶୈଳୀ, ହର୍ମୋନାଲ ପରିବର୍ତ୍ତନ, କେଶରେ ନକଲି ପ୍ରଡକ୍ଟ ବ୍ୟବହାର କରିବା, ମେଲାନିନ ପିଗମେଣ୍ଟ ହ୍ରାସ।

ମେଲାନିନ ପିଗ୍‌ମେଣ୍ଟ କ’ଣ?
ଆମ କେଶ ମୂଳର କୋଷଗୁଡ଼ିକରେ ମେଲାନିନ୍‌ ପିଗମେଣ୍ଟ ରହିଥାଏ ଏବଂ ଏହା ଆମ କେଶକୁ କଳା କରିବା ପାଇଁ କାମ କରିଥାଏ। ଯେତେବେଳେ ମେଲାନିନର ଉତ୍ପାଦନ କମିଯାଏ, ସେତେବେଳେ କେଶ ଧଳା ହେବାକୁ ଲାଗେ। ଏଭଳି ପରିସ୍ଥିତିରେ କିଛି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

ମେଥି ମଞ୍ଜି:
ଅଁଳା ବ୍ୟତୀତ, ମେଥି ମଞ୍ଚି ମଧ୍ୟ ପ୍ରାକୃତିକ ଭାବରେ କେଶକୁ କଳା କରିପାରେ। ଏଥିରେ ଏହିପରି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା କେଶକୁ କଳା ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ଦୁଇ ଚାମଚ ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଗ୍ରାଇଣ୍ଡିଂ କରି କେଶ ମୂଳରେ ଲଗାନ୍ତୁ। ଆପଣ ଚାହିଁଲେ ଏହାକୁ ନଡ଼ିଆ କିମ୍ବା ବାଦାମ ତେଲ ସହିତ ମିଶାଇ ଏକ ହେୟାର ପ୍ୟାକ୍‌ ଭାବରେ ବି ବ୍ୟବହାର କରିପାରିବେ।

ଅଁଳା:
ଅଁଳା କେଶ ପାଇଁ ଏକ ଉପକାରୀ। ଏଥିରେ ଲୌହ, ଭିଟାମିନ୍‌ ସି, ଜିଙ୍କ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ବି ରହିଛି। ଏହା କେଶକୁ ମଜଭୁତ କରିବା, କଳାକୁ ବଜାୟ ରଖିବା ଏବଂ କେଶ ଝଡ଼ିବା ରୋକିଥାଏ। କେଶ ମୂଳରେ ସତେଜ ଅଁଳା ରସ ମଧ୍ୟ ଲଗାଇ ପାରିବେ। ଏକ ପେଷ୍ଟ ତିଆରି କରି ଏହାର ପାଉଡର ମଧ୍ୟ ବ୍ୟବହାର କରିପାରିବେ।

ଚା’ ପତ୍ର:
ଚା ’ପତ୍ର କେଶ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର। ପ୍ରଥମେ ଚା’ ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଥଣ୍ଡା କରିବାକୁ ଛାଡ଼ିଦିଅନ୍ତୁ। ପାଣି ଥଣ୍ଡା ହୋଇଗଲେ, ଏହାକୁ କେଶ ମୂଳରେ ଲଗାନ୍ତୁ ଏବଂ କିଛି ସମୟ ପାଇଁ ମାଲିସ୍‌ କରନ୍ତୁ। ପ୍ରାୟ ଏକ ଘଣ୍ଟା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ଦ୍ୱିତୀୟ ଦିନରେ କେଶକୁ ସାମ୍ପୁ କରି ନିଅନ୍ତୁ।

Leave A Reply

Your email address will not be published.