ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ, ଡକ୍ୟୁମେଣ୍ଟାରୀ ମାମଲା ସହ ଯୋଡି଼ଲା କଂଗ୍ରେସ

ନୂଆଦିଲ୍ଲୀ : ମିଡିଆ ସଂସ୍ଥା ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା ଅନୁସାରେ, ଚଢ଼ଉ ବେଳେ ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରାଯାଇଛି। ଏଥିସହ କର୍ମଚାରୀମାନଙ୍କୁ ଅଫିସ୍ ଛାଡି ଘରକୁ ଯିବାକୁ କୁହାଯାଇଛି। ଏହି ଚଢ଼ାଉ ସମ୍ପର୍କରେ ଲଣ୍ଡନସ୍ଥିତ ବିବିସି କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆୟକର ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ ଏହା ଆୟକର ଟିମ୍‌ର ଏକ ସର୍ଭେ। କିନ୍ତୁ ଏ ପର୍ଯ୍ୟନ୍ତ ଆୟକର ବିଭାଗ ତରଫରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।

ତେବେ ଏହି ଚଢ଼ଉ ପରେ ବିଭିନ୍ନ କଥା ଚର୍ଚ୍ଚା ହେଉଛି। ମୋଦିଙ୍କ ଉପରେ ବିବିସି ପକ୍ଷରୁ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ସହ ଏହି ଘଟଣାକୁ ଯୋଡ଼ିଛି କଂଗ୍ରେସ। କଂଗ୍ରେସ ଟ୍ଵିଟ୍‌ କରି କହିଛି, ପ୍ରଥମେ ବିବିସିର ଡକ୍ୟୁମେଣ୍ଟାରୀ ଆସିଥିଲା, ତାହାକୁ ବ୍ୟାନ୍‌ କରାଯାଇଥିଲା। ଏବେ ବିବିସି ଉପରେ ଆୟକର ଚଢ଼ାଉ କରାଯାଇଛି। ଏହାକୁ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛି କଂଗ୍ରେସ।

Leave A Reply

Your email address will not be published.