ଭୁବନେଶ୍ୱରରୁ ହଟିବ ବିଜ୍ଞାପନ ହୋର୍ଡିଙ୍ଗସ୍

ଜାନୁଆରୀ ମାସରେ ହେବାକୁ ଥିବା ଆଗାମୀ ବିଶ୍ଵକପ ହକି ମ୍ଯାଚ ପାଇଁ ଭୁବନେଶ୍ୱର ରାଜଧାନୀ ଭୁବନେଶ୍ୱର ନଗରୀକୁ ଅଧିକ ସୁନ୍ଦର ଓ ଶୋଭନୀୟ କରିବା ପାଇଁ ୩୨ଟି ଛକଯାଗାରୁ ବିଜ୍ଞାପନ ହୋର୍ଡିଙ୍ଗସ ଓ ବ୍ଯାନର ଗୁଡିକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି ମହାନଗର ନିଗମ। ଏଥିପାଇଁ ବିଜ୍ଞାପନ ଏଜେନ୍ସି ଗୁଡିକ ସହ ଗତକାଲି ଏକ ମିଟିଙ୍ଗରେ ମହାନଗର ନିଗମର ଅତିରିକ୍ତ କମିଶନର ବିନୟ କୁମାର ଦାଶ ଏସବୁ ହୋର୍ଡିଙ୍ଗସ ଓ ବ୍ଯାନରଗୁଡିକୁ ୭ରୁ ୧୦ ଦିନ ମଧ୍ୟରେ ଅପସାରଣ କରିନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଗର ସୌନ୍ଦର୍ଯ୍ୟକରଣ ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରାଯିବା ଲକ୍ଷ୍ୟ ରଖି ଏଥିପାଇଁ ଏକ ବେସରକାରୀ ସଂସ୍ଥାକୁ ନିୟୋଜିତ କରାଯାଇଛି। ପୂର୍ବରୁ ହୋଇଥିବା ସର୍ବେକ୍ଷଣରୁ ଜଣା ପଡିଥିଲା ଯେ ପ୍ରାୟ ୧୦୦ଟି ହୋର୍ଡିଙ୍ଗସ ଅତ୍ୟନ୍ତ ଦୃଷ୍ଟିକଟୁ ଅବସ୍ଥାରେ ଲଗିଯାଇଛି, ସେଗୁଡିକୁ ହଟାଇବା ପାଇଁ ମହାନଗର ନିଗମ ନିଷ୍ପତ୍ତି ନେଇଥିଲେ, ଅଧିକନ୍ତୁ ଦୃଷ୍ଟିକଟୁ ପ୍ରତୀତ ହେଉଥିବା ଅନ୍ୟ ସବୁ ହୋର୍ଡିଙ୍ଗସ ଓ ବ୍ଯାନରଗୁଡିକୁ ହଟାଇବା ପାଇଁ ଏବେ ସ୍ଥିର ହୋଇଛି। ରାସ୍ତା କଡରେ ଥିବା ଗଛ, ବିଜୁଳି ଖୁଣ୍ଟ, ଘରର କାନ୍ଥ ଓ ଛାତ ଉପରେ ଲଗାଯାଇଥିବା ହୋର୍ଡିଙ୍ଗସ।ଓ ବ୍ଯାନରଗୁଡିକୁ ହଟାଇ ରାଜଧାନୀକୁ ଏକ ନୂଆ ରୁଚିପୂର୍ଣ ଆଙ୍ଗିକ ପ୍ରଦାନ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.