ଆମେରିକାରେ ପ୍ରବଳ ଘୂର୍ଣ୍ଣିଝଡ଼, ଗଲା ୯ ଜୀବନ

ଆମେରିକା : ଆମେରିକାର ଓକଲାହୋମା ସହରର ସିଲସିଲେଓ୍ଵାରରେ ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ୯ ଜଣଙ୍କର ପ୍ରାଣହାନୀ ହୋଇଛି। ଏଥିରେ ୧୦୦ ଜଣ ଆହତ ହୋଇଛନ୍ତି। କିଛିଦିନ ପୂର୍ବରୁ ଭୟଙ୍କର ଘୂର୍ଣ୍ଣିଝଡରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ମୁତାବକ, ମୃତକଙ୍କ ସଂଖ୍ୟା ବଢି ୯ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨ ଜଣ ପିଲା ବି ଅଛନ୍ତି।

ଓକଲାହୋମାର ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ହସପିଟାଲରେ ୧୦୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ମୃତକଙ୍କ ସଂଖ୍ୟା ହୁଏତ ବଢିପାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.