ଓଡ଼ିଆ ପରେ ହିନ୍ଦୀରେ ଆସିବ ‘ଦମନ’, ଆଜି ରିଲିଜ ହେଲା ହିନ୍ଦୀ ଟ୍ରେଲର

ଭୁବନେଶ୍ୱର: ଆଜି ରିଲିଜ ହୋଇଛି ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର। ଏହି ଦମଦାର ଟ୍ରେଲରକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ ‘ଦମନ’ ଏବେ ହିନ୍ଦୀ ଭାଷାରେ ପରଦାକୁ ଆସିବ। ଆଜି ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ ଏହାର‌ ଟ୍ରେଲର ରିଲିଜ୍ କରିଛି। ଏନେଇ ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ସୂଚନା ଦିଆଯାଇଛି।

ବାବୁସାନଙ୍କ ଅଭିନୀତ ‘ଦମନ୍’ ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଉଦ୍ୟମ କରି ସଫଳ ହୋଇଥିବା ଜଣେ ଡାକ୍ତରଙ୍କ ସଂଘର୍ଷମୟ କାହାଣୀକୁ ନେଇ ତିଆରି କରାଯାଇଛି।

ଏ ନେଇ ବଲିଉଡ୍‌ ଷ୍ଟାର ଅଜୟ ଦେବଗନ ଓ ତରଣ ଆଦର୍ଶ ମଧ୍ୟ ଟ୍ଵିଟ୍‌ କରି ଜଣାଇଛନ୍ତି। ତରଣ ଆଦର୍ଶ ଟ୍ଵିଟ୍‌ କରି କହିଛନ୍ତି, ଓଡିଆ ଫିଲ୍ମ ଦମନ ଡବିଂ ହିନ୍ଦୀ। ଯାହା ୩ ଫେବ୍ରୁୟାରୀ ୨୦୨୩ରେ ରିଲିଜ୍‌ ହେବ।

ବିଶାଲ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗତ ବର୍ଷ ନଭେମ୍ବର ୪ରେ ଓଡିଶାରେ ରିଲିଜ ହୋଇଥିଲା। ଏହାକୁ ରାଜ୍ୟ ସରକାର ଟିକସମୁକ୍ତ ଘୋଷଣା କରିଥିଲେ।

Leave A Reply

Your email address will not be published.