ଘୋଡାପିଠିରୁ ପଡି ଅଷ୍ଟ୍ରେଲିଆ ସୁନ୍ଦରୀ ସିଆନାଙ୍କ ମୃତ୍ୟୁ

ଘୋଡ଼ା ଚଢ଼ିବାକୁ ପାଗଳୀ ପରି ଭଲ ପାଉଥିଲେ ଅଷ୍ଟ୍ରେଲିଆ ସୁନ୍ଦରୀ ସିଆନା ୱେର, ଘୋଡା ଚଢିବା ତାଲିମ ବି ନେଇଥିଲେ,ହେଲେ ଶେଷକୁ ସେହି ଘୋଡା ପିଠିରୁ ଖସି ପଡି ତାଙ୍କର ଜୀବନ ଯାଇଛି।ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧୀତ୍ୱ କରିଥିଲେ ସେ, ସାରା ବିଶ୍ଵରେ ଏହି ୨୩ ବର୍ଷୀୟା ରୂପସୀ ତରୁଣୀଙ୍କର ଅଛନ୍ତି ବହୁ ମୁଗ୍ଧ ପ୍ରଶଂସକ, ତାଙ୍କର ଜଣେ ଫ୍ଯାନ୍ ଟ୍ଵିଟକରି ସିଆନାଙ୍କର ଗତ ୪ ତାରିଖରେ ମୃତ୍ୟୁ ହୋଇଯାଇଥିବା କଥା ଜଣାଇବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି।
ଗତ ମାସ ୨ ତାରିଖରେ ସିଆନା ଘୋଡ଼ା ଚଢ଼ିବା ନିମନ୍ତେ ୱିଣ୍ଡସରସ୍ଥିତ ପୋଲୋ ଗ୍ରାଉଣ୍ଡକୁ ଯାଇଥିଲେ, ସେଠାରେ ସେ ସବାର ହୋଇଥିବା ଘୋଡ଼ାଟି ଦ୍ରୁତ ଗତିରେ ଦୌଡ଼ିବାରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ ସିଆନା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତୁରନ୍ତ ତାଙ୍କୁ ୱେଷ୍ଟମିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାୟ ମାସେ ସମୟ ଲାଇଫ ସପୋର୍ଟ ସିଷ୍ଟମରେ ରହିବା ପରେ ସେ ଦିନକ ତଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Leave A Reply

Your email address will not be published.