୪୨୦ ଅଭିନେତା ଗିରଫ, ଘର ଦେବାକୁ କହି ଠକି ନେଇଥିଲେ ୮୫ ଲକ୍ଷ

ଡୁପ୍ଲେକସ୍ ଘର ବିକ୍ରି କାରବାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଠାରୁ ୮୫ ଲକ୍ଷ ଟଙ୍କା ଠକି ନେଇଥିବା ଓଡିଆ ଅଭିନେତା ଅଜିତାଭ ମଲ୍ଲିକଙ୍କୁ ଆଜି ଗିରଫ କରିଛି ଖଣ୍ଡଗିରି ପୋଲିସ। ଭୁବନେଶ୍ୱର କୋଳଥିଆ ଅଂଚଳରେ ଡୁପ୍ଲେକ୍ସ ଘର ବିକିବାକୁ କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା ଅଜିତାଭ ବିରୋଧରେ, ଏଥିପାଇଁ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଠାରୁ ପ୍ରଥମେ ୨୫ ଲକ୍ଷ ଟଙ୍କା ଓ ପରେ ବିଭିନ୍ନ କିସ୍ତିରେ ୬୦ ଲକ୍ଷ ଟଙ୍କା ନେଇ ୨୦୨୦ ମସିହାରୁ ଧରାଛୁଆଁ ଦେଉନଥିଲେ ସେହି ୪୨୦ ଅଭିନେତା।

ଓଡିଆ ଫିଲ୍ମ ଅରୁନ୍ଧତିର ପ୍ରଯୋଜକ ଥିବା ଶ୍ରୀ ମଲ୍ଲିକ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଶେଷକୁ ବିଲଡରର ଅଭିନୟ କରି ପୋଲିସ ଦ୍ଵାରା ବନ୍ଧା ହୋଇଛନ୍ତି।

Leave A Reply

Your email address will not be published.