ବିଶ୍ୱ ମହିଳା ବକ୍ସିଂରେ ଭାରତକୁ ୪ ସ୍ଵର୍ଣ୍ଣ ପଦକ

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ୪ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ରଚିଛି ସୁବର୍ଣ୍ଣ ଇତିହାସ, ପ୍ରଥମେ ନୀତୁ ଘଂଘାସ ଓ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଗତକାଲି ଆଉ ୨  ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରିନ୍ ଓ ଲଭଲିନା ଦେଶ ପାଇଁ ସ୍ୱର୍ଣ୍ଣ ବିଜୟିନୀ ହୋଇଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ ନୀତୁ ଘଂଘାସ ୪୮ କେଜି ଓଜନ ବର୍ଗ ଫାଇନାଲରେ ମଙ୍ଗୋଲିଆ ପ୍ରତିପକ୍ଷଙ୍କୁ ୫-୦ରେ ଧରାଶାୟୀ କରି ଦେଇଥିଲେ। ପରେ ପରେ ସ୍ୱିଟି ବୋରା ୮୧ କେଜି ବର୍ଗରେ ଚୀନର ୱାଙ୍ଗ ଲିନାଙ୍କୁ ୪-୩ରେ ପରାସ୍ତ କରି ସ୍ଵର୍ଣ୍ଣପଦକ ହାସଲ କରିଥିଲେ । ପରେ ପରେ ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାସ୍ତ କରିଛନ୍ତି ଓ ଲଭଲିନା ୭୫ କେଜି ବର୍ଗରେ ୫-୨ରେ ହରାଇଛନ୍ତି ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇଛନ୍ତି ।

Leave A Reply

Your email address will not be published.