ବିଜେଡିର ନୂଆ ପର୍ଯ୍ଯବେକ୍ଷକ ତାଲିକା : ବାଦ ପଡିଲେ ୪ ପୂର୍ବ ପର୍ଯ୍ଯବେକ୍ଷକ

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏହାର ପର୍ଯ୍ୟବେକ୍ଷକ ତାଲିକାରେ ପୁଣିଥରେ ପରିବର୍ତ୍ତନ କରିଛି। ୬ ମାସ ତଳେ ଦଳ ଜାରି କରିଥିବା ତାଲିକାରୁ ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ, ରୋହିତ ପୂଜାରୀ ଓ ନଳିନୀକାନ୍ତ ପ୍ରଧାନଙ୍କୁ ବାଦ ଦିଆଯାଇଛି। ପରବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେଡି ନିଜର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଜାରି କରିବା ସହ ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ, ରୋହିତ ପୂଜାରୀ ଓ ନଳିନୀକାନ୍ତ ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବାଦ୍ ଦେଇଛି। ଅନ୍ଯପକ୍ଷରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ଜେନା ଓ ଅମରେଶ ଜେନାଙ୍କୁ ପର୍ଯ୍ଯବେକ୍ଷକ ଦାୟିତ୍ୱ ଦିଆଯାଇଛି।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲା ଅନୁଗୁଳ,ଢେଙ୍କାନାଳ, ସମ୍ବଲପୁର ସମେତ କେନ୍ଦୁଝର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଜିଲ୍ଲାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ଥିବାରୁ ଏଠାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ଦାସଙ୍କୁ ଏହି ଜିଲ୍ଲାଗୁଡ଼ିକର ଦାୟିତ୍ୱ ଦିଆଯାଇଛି ବୋଲି ମନେ କରାଯାଉଛି। ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା, ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଦାୟିତ୍ୱ ମିଳିଛି। ଅନ୍ୟ ୨୨ ଜଣଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ପ୍ରତାପ ଦେବ-ବାଲେଶ୍ୱର, ଅରୁଣ ସାହୁ-ଜଗତସିଂହପୁର, ଈଶ୍ୱର ପାଣିଗ୍ରାହୀ-ନବରଙ୍ଗପୁର, ବିଜୟ ନାୟକ-କନ୍ଧମାଳ, ସୌଭାଗ୍ୟ ନାୟକ-ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା-ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ପଦ୍ମନାଭ ବେହେରା-ନୟାଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ପ୍ରଦୀପ କୁମାର ଅମାତ-ଗଞ୍ଜାମ ଓ ଶାରଦା ନାୟକ-ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱରେ ରହିଛନ୍ତି।

Leave A Reply

Your email address will not be published.