ଆଲବମ ନାୟିକା ରୁଚିସ୍ମିତାଙ୍କ ଆତ୍ମହତ୍ୟା

ଜଣାଶୁଣା ସମ୍ବଲପୁରୀ ଆଲବମ ନାୟିକା ରୁଚିସ୍ମିତା ଗୁରୁ କାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ ହୋଇଥିବାବେଳେ ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ ଓ ସେଠାରେ ଏକ କୋଠରୀ ଭିତରେ ବେକରେ ରସି ଲଗାଇ ଝୁଲି ପଡିଛନ୍ତି।

ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ସେ କାହା ସହିତ କଥା ହେଉଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ଛାଣବିଣ କରୁଛି ।

ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା। ଏହାଛଡା ଆହୁରି ଅନେକ ଆଲବମରେ ସେ ଗୀତ ଗାଇଛନ୍ତି, ସମ୍ବଲପୁରୀ ଆଲବମ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ।
ଗତ କିଛିଦିନ ହେବ ଅଭିନୟ ଓ ସଙ୍ଗୀତ ଜଗତର ବହୁ ନାୟିକା ଆତ୍ମହତ୍ୟା କରୁଥିବା ଦେଖାଯାଉଛି। କେବଳ ଓଡିଶା ନୁହେଁ, ସାରା ଦେଶରେ ଏଭଳି ଘଟଣା ଘଟୁଥିବାର ଦେଖାଯାଉଛି ।

Leave A Reply

Your email address will not be published.