ଜିୟା ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନ୍‌ ଚିଟ୍‌

ବଲିଉଡ ଅଭିନେତ୍ରୀ ଜିଆ ଖାନଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ କୋର୍ଟ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜିୟାଙ୍କ ଆତ୍ମହତ୍ୟାକୁ ନେଇ ସୁରଜଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କିନ୍ତୁ ବର୍ତ୍ତମାନ ସେ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
୧୦ ବର୍ଷ ପରେ ଜିୟା ଖାନ ଆତ୍ମହତ୍ୟା ମାମଲାରେ କୋର୍ଟ ଏହାର ରାୟ ଦେଇଛନ୍ତି। ତେବେ 10 ଅର୍ଶ ତଳେ ୩ ଜୁନ୍ ୨୦୧୩ରେ ଅଭିନେତ୍ରୀଙ୍କୁ ତାଙ୍କ ଘରେ ସନ୍ଦେହଜନକ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଖବର ଦ୍ୱାରା ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିକୁ ଚକିତ କରିଥିଲା । ଅଳ୍ପ ବୟସରେ ଜଣେ ଅଭିନେତ୍ରୀଙ୍କ ଏପରି ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଜିଆଙ୍କ ପରିବାର ଅଭିନେତା ସୂରଜ ପାଞ୍ଚୋଲିଙ୍କ ବିରୋଧରେ ଗୁରୁତର ଅଭିଯୋଗରେ ହତ୍ୟାକାଣ୍ଡ ପାଇଁ ତାଙ୍କୁ ଦାୟୀ କରିଥିଲେ। ଏନେଇ ଜିଆଙ୍କ ମା କହିଛନ୍ତି ଯେ ” ମୋ ଝିଅ କିପରି ମଲା, ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ, ତେଣୁ ମୁ ଏନେଇ ସୁପ୍ରିମ କୋର୍ଟରେ ଆବେଦନ କରିବି ।

Leave A Reply

Your email address will not be published.