ବିଜେପିକୁ ବିଷାକ୍ତ ସାପ କହିଛି : ଖଡଗେ

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପ୍ରଚାର କାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ହେଉଛନ୍ତି ଏକ ବିଷାକ୍ତ ସାପ ! କର୍ଣ୍ଣାଟକାର ଗାଡାଗରେ ଆୟୋଜିତ ରାଲିରେ ମୋଦିଙ୍କୁ ସାପ ବୋଲି ଅଭିହିତ କରି ଖଡଗେ କହିଥିଲେ ଯେ ଆପଣ ସତ ଭାବନ୍ତୁ କି ନଭାବନ୍ତୁ ଯଦି ଆପଣ ତାଙ୍କୁ ଭଲଲୋକ ମନେକରି ଚାଟିଦେବେ, ତେବେ ଆପଣ ପୁରା ଶୋଇଯିବେ ! ଖଡଗେଙ୍କରଏପରି କଟୁ କଟାକ୍ଷ ପରେ ବିଜେପି ଏହାର ଜୋରଦାର ପ୍ରତିବାଦ କରିଛି।
ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ କରି କହିଛନ୍ତି ଯେ ଏବେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିଷାକ୍ତ ସାପ’ କହିଛନ୍ତି। ପୂର୍ବରୁ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୃତ୍ୟୁର ସୌଦାଗର କହିଥିଲେ। କଂଗ୍ରେସ ନେତାମାନଙ୍କ ଏପରି ବୟାନର ପରିଣାମ କଣ ହେଉଛି, ତାହା ଦେଶବାସୀ ଦେଖୁଛନ୍ତି ବୋଲି ଉଲ୍ଲେଖ କରି ମାଲବ୍ଯ କହିଛନ୍ତି ଯେ କଂଗ୍ରେସ କ୍ରମାଗତ ଲୋପ ପାଇବାରେ ଲାଗିଛି। ଖାଡଗେଙ୍କ ଏପରି ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ କର୍ଣାଟକ ନିର୍ବାଚନରେ କଂଗ୍ରେସ ପରାଜିତ ହେବ ବୋଲି ସେ କହିଛନ୍ତି।

ଅବଶ୍ୟ ପରେ ଶ୍ରୀ ଖାଡଗେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ନିଜ ବକ୍ତବ୍ୟରେ ସେ ମୋଦିଙ୍କ ନାମ ନେଇନାହାନ୍ତି, କାହାକୁ ବ୍ଯକ୍ତିଗତ ଆକ୍ଷେପ କରିବା ଅଭ୍ଯାସ ତାଙ୍କର ନାହିଁ – ସେ ବିଜେପି ଦଳକୁ ବିଷାକ୍ତ ସାପ ବୋଲି କହିଥିଲେ।

Leave A Reply

Your email address will not be published.