ମୁଁ ରାହୁଲ ସବରକର ନୁହେଁ, କ୍ଷମା ମାଗିବିନି : ରାହୁଲ ଗାନ୍ଧୀ

ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାରକୁ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ ଆଦାନୀ ପ୍ରସଙ୍ଗରେ ସେ ଲୋକସଭାରେ ଯେଉଁ ଭାଷଣ ଦେଇଥିଲେ ସେଥିରେ ଭୟଭୀତ ହୋଇ ତାଙ୍କୁ ଆଉ ସଂସଦରେ କିଛି କହିବାକୁ ନଦେବାକୁ ତାଙ୍କର ସଦସ୍ଯତା ରଦ୍ଦ କରାଯାଇଛି, ମାତ୍ର ସେ ଲଢ଼େଇ ଜାରି ରଖିବେ ବୋଲି ରଣହୁଙ୍କାର ଦେଇଛନ୍ତି।

ସେ କହିଛନ୍ତି “ବିଜେପି ନେତାମାନେ ଦାବି କରୁଛନ୍ତି ଯେ ମୁଁ ଭାରତ ବିରୋଧୀ ତତ୍ତ୍ୱକୁ ସହଯୋଗ କରୁଛି। ଏହି ଅଭିଯୋଗ ଉପରେ ଜବାବ ଦେବାର ଅଧିକାର ମୋର ଥିବା ମୁଁ ବାଚସ୍ପତିଙ୍କୁ କହିଥିଲି। କିନ୍ତୁ ସେ ମୋତେ କହିବାକୁ ଅନୁମତି ଦେଇ ନଥିଲେ। ମୋର ଗୋଟିଏ ଲକ୍ଷ୍ୟ ହେଲା ଯେ ସତ୍ୟ ପାଇଁ ଲଢ଼େଇ କରିବା ଓ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ରକ୍ଷା କରିବା। ମୋତେ ଜୀବନରୁ ଡିସକ୍ୱାଲିଫାଏ କରିଦିଅ, ମୋତେ ସବୁଦିନ ପାଇଁ ଜେଲ ପଠାଇ ଦିଅ। ତଥାପି ମୁଁ କହିବା ଜାରି ରଖିବି। ମୁଁ ଚୁପ ବସିବି ନାହିଁ।”

ଲଣ୍ଡନରେ ଦେଇଥିବା ବକ୍ତବ୍ୟ ପାଇଁ କ୍ଷମା ମାଗିବା ପାଇଁ ବିଜେପି ମନ୍ତ୍ରୀ ଓ ସାଂସଦମାନଙ୍କ ଦାବିର ଜବାବ ଦେଇ ରାହୁଲ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀ – ରାହୁଲ ସବରକର ନୁହନ୍ତି ଯେ କ୍ଷମା ମାଗିବେ !

ସୂଚନାଯୋଗ୍ୟ, ବିନାୟକ ଦାମୋଦର ସାବରକର କଳାପାଣି ଜେଲ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଇଂରେଜମାନଙ୍କୁ କ୍ଷମା ମାଗିଥିଲେ, ଏଥିସହ ସେ ଇଂରେଜମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା।

Leave A Reply

Your email address will not be published.