ଆଦାନୀ ପରେ ହିଣ୍ଡେନବର୍ଗର ନୂଆ ଶୀକାର ଜ୍ୟାକ୍ ଡୋରସି

ଆଦାନୀ ଗ୍ରୁପ ପରେ ଏବେ ଆଉ ଏକ ଫାର୍ମ ବିରୋଧରେ ବଡ଼ ଅଭିଯୋଗ ଆଣିଛି ଆମେରିକୀୟ ସର୍ଟ ସେଲର କମ୍ପାନି ହିଣ୍ଡନବର୍ଗ। ଆଦାନୀ ଗ୍ରୁପର ଜାଲସାଦି ବିଷୟ ଉପରେ ସଙ୍ଗୀନ ଅଭିଯୋଗ ଆଣିବା ପରେ, ଗତକାଲି ମାର୍ଚ୍ଚ ୨୩ ସକାଳେ ନିଜର ନୂଆ ଖୁଲାସା ବାବାଦରେ ଟ୍ୱିଟ୍ କରି ସୂଚନା ଦେଇଥିଲା ହିଣ୍ଡେନବର୍ଗ। ଜାନୁଆରୀ ୨୪ରେ ଆଦାନି ଜାଲସାଦି ବାବଦରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ, ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ଧରାଶାୟୀ ହୋଇଥିଲା।ସଦ୍ଯ ଜାରି କରିଥିବା ନିଜ ରିପୋର୍ଟରେ ହିଣ୍ଡନବର୍ଗ ଦର୍ଶାଇଛି ଯେ ଜ୍ୟାକ୍ ଡୋରସିଙ୍କ ‘ବ୍ଲକ ଇଙ୍କ’ କମ୍ପାନୀ ଅସାଧୁ ଉପାୟରେ ନିଜ ୟୁଜର୍ସ ସଂଖ୍ୟା ବଢାଇଛି ଓ ଅନ୍ୟପକ୍ଷରେ ନିଜ ଗ୍ରାହକ ଅଧିଗ୍ରହଣ ଖର୍ଚ୍ଚକୁ ମଧ୍ୟ କମ କରିଛି । ହିଣ୍ଡନବର୍ଗ ଏହି ତଥ୍ୟ ପ୍ରକଟ କରିବା ପରେ ‘ବ୍ଲକ ଇଙ୍କ’ କମ୍ପାନୀର ସେୟାରରେ ବଡ଼ ହ୍ରାସ ଘଟିଛି, କମ୍ପାନିର ସେୟାର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ଏହା ଏବେ ଆମେରିକୀୟ ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମାଜିକ ଗଣମାଧ୍ୟମ ଟ୍ଵିଟରର ସହ ପ୍ରତିଷ୍ଠାତା ଜ୍ୟାକ୍ ଡିଓର୍ସି ୨୦୦୯ ମସିହାରେ :ବ୍ଲକ୍ ଇଙ୍କ’କୁ ପ୍ରତିଷ୍ଠା କରିଥିଲେ।

Leave A Reply

Your email address will not be published.