ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ

ଗତକାଲି ସୁରତର ଜିଲ୍ଲା ଜଜ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏକ ମାନହାନି ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡ ଦେଇଥିବାରୁ ଆଜି ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କର ସଦସ୍ୟତା ରଦ୍ଦ କରିଦିଆଯାଇଛି । ରାହୁଲ ଗାନ୍ଧୀ ଆଉ ଲୋକସଭାର ସଦସ୍ୟ ନାହାନ୍ତି । ଜିଲ୍ଲା ଜଜ କୋର୍ଟ ଦେଇଥିବା ଆଦେଶକୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଯେହେତୁ ଏହି ଆଦେଶ ବାତିଲ ହୋଇ ନାହିଁ ତେଣୁ ଲୋକସେବକ ଆଇନ ଅନୁସାରେ ରାହୁଲ ଗାନ୍ଧୀ ସଦସ୍ୟ ହରାଇଛନ୍ତି ବୋଲି କୁହାଯାଇଛି । ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଉଚ୍ଚ ଅଦାଲତରେ ଅପିଲ କରି ସେହି ଆଦେଶକୁ ରଦ୍ଦ କରାଗଲା ପରେ ହିଁ ରାହୁଲ ପାର୍ଲାମେଣ୍ଟ ସଦସ୍ୟ ରହିପାରିବେ ବୋଲି ଆଇନ ବିଶେଷଜ୍ଞ ମାନେ କହିଛନ୍ତି ।
କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ ଏହାକୁ ଏକ ସରକାରୀ ଚକ୍ରାନ୍ତ ଭାବରେ ଅଭିହିତ କରାଯାଇଛି, ସାରା ବିଶ୍ୱର ଗଣମାଧ୍ୟମରେ ଏହି ସମ୍ବାଦ ଛାଇ ହୋଇଯାଇଛି । ଏହା ଫଳରେ ମୋଦିଙ୍କ ବିଜେପି ସରକାରର ଭାବମୂର୍ତ୍ତି ଉପରେ କିପରି ପ୍ରଭାବ ପଡିବ ତାହା ଭବିଷ୍ୟତ କହିବ । ଉଲ୍ଲେଖନୀୟ ଯେ ଜିଲ୍ଲା ଜଜ କୋର୍ଟଙ୍କ ଆଦେଶ ବାତିଲ ନହେଲେ ରାହୁଲ ଗାନ୍ଧୀ 8 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ । ତାଙ୍କ ସଦସ୍ୟତା ରଦ୍ଦ ହେବାପରେ ୱାଏନାଡ଼ ଲୋକସଭା ଆସନ ଖାଲି ପଡିଛି ବୋଲି ପାର୍ଲାମେଣ୍ଟ ସଚିବାଳୟ ପକ୍ଷରୁ କୁହାଯାଇଛି । ତେଣୁ ସେଠାରେ ଉପନିର୍ବାଚନ ହେବା ପାଇଁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply

Your email address will not be published.