ଖୋର୍ଦ୍ଧା (ରାକେଶ ମହାନ୍ତି) : ଦୁର୍ଘଟଣା ରେ ଯୁବକ ଗୁରୁତର । ଘଟଣା ଘଟିଛି ୧୬ ନଂଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟରେ । ଯୁବକ ଜଣକ ନିଜ ଗ୍ରାମ ବାଣପୁର ଭୀମପୁର ବାଇକରେ ଯାଉଥିବା ବେଳେ ପଛ ପଟୁ ଏକ ଦ୍ରୁତଗାମୀ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକ ତଳେ ପଡି ଗୁରୁତର ହୋଇଥିବା ବେଳେ ଘଟଣା ଘଟାଇଥିବା ବାଇକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କୁ ଉଦ୍ଧାର କରି ଟାଙ୍ଗୀ ଅଗ୍ନିଶମ ବିଭାଗ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଯୁବକ ଜଣକ ହେଲେ ବାଣପୁର ବ୍ଲକ ଭୀମପୁର ଗ୍ରାମର ପବିତ୍ର ଶତପଥୀ ବୟସ ୪୭ ବର୍ଷ ବୋଲି ଜଣାପଡିଛି ।