କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବାରମ୍ବାର ସମାଲୋଚନା କରି ଆସୁଥିବା, ନୋବେଲ ପୁରସ୍କାର ବିଜୟୀ ଅମର୍ତ୍ଯ ସେନଙ୍କୁ ଏବେ ଟାର୍ଗେଟରେ ରଖାଯାଇଛି। ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ପରିସର ସଂଲଗ୍ପ ତାଙ୍କ ଘରକୁ ଉଚ୍ଛେଦ କରିବାକୁ କର୍ତ୍ତୃପକ୍ଷ ତାଙ୍କୁ ବାରମ୍ବାର ସମନ ଜାରି କରି ଆସୁଛନ୍ତି, ଏନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାରେ ଦାୟର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ ଶ୍ରୀ ସେନ ।ୟୁନିଭରସିଟି କ୍ୟାମ୍ପସର ୧୩ ଡେସିମିଲ ଜାଗା ମାଡ଼ି ବସିଛନ୍ତି – ତାଙ୍କ ମାଲିକାନାରେ ୧.୨୫ ଏକର ଜାଗା ଥିବା ବେଳେ ସେ ୧.୩୮ ଏକର ଜାଗା କବଜା କରି ରଖିଛନ୍ତି। ମଇ ୬ ତାରିଖ ସୁଦ୍ଧା ଜାଗା ଖାଲି ନକଲେ ବଳପ୍ରୟୋଗ କରି ଏହାକୁ ଉଚ୍ଛେଦ କରାଯିବ ବୋଲି ତାଙ୍କୁ ନୋଟିସ ଦିଆଯାଇଛି। ଏହା ବିରୋଧରେ ଶ୍ରୀ ସେନ ସୁରି ଜିଲ୍ଲା ଅଦାଲତର ଦ୍ୱାରସ୍ଥ ହୋଇ ତାଙ୍କୁ ଜାଣିଶୁଣି ବଳପ୍ରୟୋଗ କରି ନିଜ ଜାଗାରୁ ବେଦଖଲ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି।
ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ମନୋଭାବ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୋବେଲ ପୁରସ୍କାର ବିଜେତା ବଙ୍ଗଳାର ବରପୁତ୍ର ଅମର୍ତ୍ଯ ସେନଙ୍କ ଉପରେ ଆଖି ପକାଇଲେ, ପରିସ୍ଥିତି ଭୟଙ୍କର ହେବ,ତାଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କଲେ ସେ ନିଜେ ବୁଲଡୋଜର ଆଗରେ ବସିପଡିବେ ବୋଲି ଧମକ ଦେଇଛନ୍ତି ମମତା ବାନାର୍ଜୀ।
