୪ ଦିନ ତଳେ ନିଜ ଦଳର ସଭାପତି ପଦରୁ ଅପ୍ରତ୍ୟାଶିତ।ଭାବେ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଏନସିପି ସୁପ୍ରିମୋ ଶରଦ ପାୱାର ଗତକାଲି ସଂଧ୍ୟାରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଦଳୀୟ କର୍ମୀଙ୍କ ଜୋରଦାର ବିରୋଧ ପରିପ୍ରେକ୍ଷୀରେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲା ଦଳର ବରିଷ୍ଠ ନେତାଙ୍କୁ ନେଇ ଗଠିତ ପ୍ୟାନେଲ। ଏହାପରେ ଶ୍ରୀ ପାଓ୍ଵାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ଓ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପରିବର୍ତ୍ତିତ ନିଷ୍ପତ୍ତି ବିଷୟ ଘୋଷଣା କରି କହିଛନ୍ତି ଯେ ଦଳୀୟ ସମର୍ଥକଙ୍କ ସମେତ, ମହାରାଷ୍ଟ୍ର ଓ ଦେଶର ଅନେକ ରାଜନେତା ତାଙ୍କୁ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ; ସମସ୍ତଙ୍କ ଅନୁରୋଧକୁ ବିଚାରକୁ ନେଇ ସେ ନିଜ ପୂର୍ବ ନିଷ୍ପତ୍ତିରୁ ଓହରି ଯାଉଛନ୍ତି।
ସାମ୍ବାଦିକମାନଙ୍କୁ ଶ୍ରୀ ପାୱାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିପକ୍ଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଦିଗରେ ସେ କାର୍ଯ୍ୟ କରିବେ !