ହୃଦଘାତରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ

ହୃଦଘାତରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି। ଆଜି ସକାଳେ ପଞ୍ଜାବର ଫିଲୌର ଠାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ହୃଦଘାତ ଆସିଥିଲା। ସେଠାରୁ ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ଭାରତ ଯୋଡୋ ଯାତ୍ରାକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି। ତାଙ୍କ ହୃଦଘାତ ଖବର ପାଇ ରାହୁଲ ଗାନ୍ଧି ତୁରନ୍ତ ‘ଭାରତ ଯୋଡ଼ୋ ଯାତ୍ରା’ ଛାଡ଼ି ହସପିଟାଲରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ସହିତ ସେ ପଦଯାତ୍ରା କରୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.