ନେପାଳ ବିମାନ ଦୁର୍ଘଟଣା: ୫ ଭାରତୀୟଙ୍କ ସହ ସମସ୍ତ ୭୨ ଯାତ୍ରୀ 

କାଠମାଣ୍ଡୁ: ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିଲା। ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 

ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ସଂଜୟ, ସୋନୁ ଜୟସଓ୍ଵାଲ, ବିଶାଲ ଶର୍ମା, ଅନିଲ ରାଜଭର ଏବଂ ଅଭିଷେକ କୁଶଓ୍ଵାହା। ତେବେ ଏହି ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୁଃଖ ପ୍ରକାଶ କରିଛନ୍ତି ।

 

ବିମାନ ଦୁର୍ଘଟଣା ପରେ ନେପାଳ ସରକାର ହେଲପଲାଇନ ନମ୍ବର ଜାରି କରିଛନ୍ତି। କାଠମାଣ୍ଡୁ ପାଇଁ ୯୭୭-୯୮୫୧୧୦୭୦୨୧ ଏବଂ ପୋଖରା ପାଇଁ +୯୭୭-୯୮୫୬୦୩୭୬୯୯ ହେଲ୍ପଲାଇନ ନମ୍ବର ଜାରି ହୋଇଛି।

 

ସୂଚନାଯୋଗ୍ୟ, କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନ ପାହାଡ଼ରେ ପିଟି ହେବା ପରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି।

Leave A Reply

Your email address will not be published.