‘ହିଜାବ୍‌’ ନପିନ୍ଧି ଇନ୍‌ଷ୍ଟାରେ ଫୋଟୋ ଅପଲୋଡ଼ କରିବାରୁ ବନ୍ଧାହେଲେ ଇରାନୀୟ ଅଭିନେତ୍ରୀ

ସମଗ୍ର ଇରାନରେ ବର୍ତମାନ ହିଜାବକୁ ନେଇ ବିଦ୍ରୋହ ଚାଲୁଥିବା ସମୟରେ ଜଣେ ଇରାନିୟ ଅଭିନେତ୍ରୀ ଗଜିୟାନୀ, ନିଜ ଇନ୍‌ଷ୍ଟା ଆଇଡିରେ ବିନା ହିଜାବରେ ଫୋଟୋ ଅପଲୋଡ଼ କରିବା ତାଙ୍କୁ ମହଙ୍ଗା ପଡିଛି । ଫୋଟୋ ଛାଡିବା ଗୋଟେ ଦିନ ପରେ ଇରାନ ପୁଲିସ ତାଙ୍କୁ ଗିରଫ କରିଛି । ଇରାନର ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ଇର୍‌ନା’ କହିଛି ଦଙ୍ଗାକୁ ଉସ୍‌କାଇବା, ସମର୍ଥନ କରିବା ଓ ବିରୋଧୀ ଗଣମାଧ୍ୟମ ସହିତ ଯୋଗାଯୋଗ ରଖିଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି। ଗତ ଶନିବାର ଦିନ ଫୋଟୋଟି ଅପଲୋଡ଼ କରିଥିଲେ ଅଭିନେତ୍ରୀ ଗଜିୟାନୀ । ସେଥିରେ ସେ ଉଲ୍ଲେଖ ମଧ୍ୟ କରିଥିଲେ ଯେ ଏଇଟା ହୁଏ ତ ମୋର ଅନ୍ତିମ ପୋଷ୍ଟ୍‌। ଆଗକୁ ମୋର ଅବସ୍ଥା କଣ ହେବ ତାହା ମୁ ଜାଣି ନାହିଁ ।ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଇରାନବାସୀଙ୍କୁ ସମର୍ଥନ କରୁଥିବି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ମଧ୍ୟ ନିଜ ପୋଷ୍ଟ ରେ ସେ ସରକାରଙ୍କୁ ଟାର୍ଗେଟ କରି ଲେଖିଥିଲେ ଯେ ୫୦ରୁ ଅଧିକ ଶିଶୁଙ୍କୁ ଇରାନୀ ସରକାରଙ୍କ ଦ୍ୱାରା ହତ୍ୟା କରାଯାଇଛି । ତାପରେ କୋର୍ଟ ତାଙ୍କ ନାଁରେ ସମନ ଜାରି କରିଥିଲେ । ଏହି ବିଦ୍ରୋହକୁ ଦଙ୍ଗା ସଦୃଶ କହି ପାଶ୍ଚାତ୍ୟ ଶତ୍ରୁ ମାନେ ଏହି ଦଙ୍ଗାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛି ଇରାନ ସରକାର ।

Leave A Reply

Your email address will not be published.