ଗତ ରବିବାର ମଧ୍ୟ ରାତ୍ରିରେ ଛାତି ଥରାଇଦେବା ଭଳି ଘଟଣା ଘଟିଛି ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ । ଏକ ଟ୍ୟାଙ୍କରର ବ୍ରେକ୍ ଫେଲ ହୋଇଯିବା କାରଣରୁ ନିୟନ୍ତ୍ରଣ ହରାଇ ବହୁତ ଗୁଡିଏ ଗାଡିକୁ ଧକା ଦବାଫଳରେ ପଛକୁ ପଛ ପ୍ରାୟ ୪୮ ଟି ଗାଡି ଧକା ହେଇଥିଲା। ଘଟଣାସ୍ଥଳରେ ପ୍ରାଏ ୩୦ ଜଣ ଆହତ ହୋଇଥିବା ଜଣାପଡିଛି। ଘଟଣାଟି ଘଟିଛି ପୁନେର ନଭାଲେ ସେତୁ ଅଞ୍ଚଳରେ । ଦୁର୍ଘଟଣା ସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତ ମାନଙ୍କୁ ପୁନେର ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଗାଡିଗୁଡ଼ିକୁ କ୍ରେନ୍ ସହାୟତାରେ ବାହାର କରାଯାଉଛି ।