ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ ୩୦୦ରୁ ଅଧିକ ଆହତ

ଭୂମିକମ୍ପ ହେଉଛି ଗୋଟେ ପ୍ରାକୃତିକ ବିପର୍ଯ୍ୟୟ । ଏହା ଖୁବ କମସମୟ ପାଇଁ ହେଇଥାଏ । କିନ୍ତୁ ଏହି ଖୁବ କମ ସମୟ ଭିତରେ କେତେ ଯେ କ୍ଷୟକ୍ଷତି କରିଦିଏ ତାହା କେବଳ ଆଜି ଘଟିଥିବା ଇଣ୍ଡୋନେସିଆ ବାସି କହିପାରିବେ । ଆଜି ଇଣ୍ଡୋନେସିଆର ସିଆଞ୍ଜୁର ଥରି ଉଠିଥିଲା ଭୂମିକମ୍ପରେ, ଯାହାର ତୀବ୍ରତା ୫.୬ ଥିଲା । ଏହି କିଛି ମୁହୁର୍ତ୍ତକ କମ୍ପନରେ ୪୪ ଜଣଙ୍କ ଜୀବନ ହାନି ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଇଣ୍ଡୋନେସିଆ ଭୂବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ଏହି ଭୂମିକମ୍ପ ୧୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଛି । ହେଲେ ସୁନାମୀର ଭୟ ନାହିଁ ବୋଲି କହିଛନ୍ତି ଭୂବିଜ୍ଞାନୀ ।

Leave A Reply

Your email address will not be published.