ଦେଓମାଳିରେ 144 ଧାରା, ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ ପର୍ଯ୍ୟଟକ

ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । ଏହା କୋରାପୁଟ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କାଟିଆ ଗ୍ରାମ ପଂଚାୟତରେ ଅବସ୍ତିତ । ଏହା ବର୍ଷର ୧୨ ମାସ ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ଅଧିକାଂଶ ଲୋକ ପ୍ରାୟ ନଭେମ୍ବର ମାସରେ ଏଠାକୁ ଆସିଥାନ୍ତି । ଏଠାରେ ରହିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ମଧ୍ୟ ବାହାରୁ ଆସୁଥିବା କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର କିଛି ଅସାମାଜିକ ଲୋକ ଏଠାରେ ରାତ୍ରି ଯାପନ କରି ବିଭିନ୍ନ ପ୍ରକାର ଆବର୍ଜନା ସାମଗ୍ରୀ, ମଦ ବୋତଲ, ପ୍ଲାଷ୍ଟିକ ପଲିଥିନ ଆଦି ଏଣେତେଣେ ଫିଙ୍ଗୁ ଥିବାରୁ ଏହି ସ୍ଥାନର ପ୍ରାକୃତିକ ସଂପଦ ତଥା ଉନ୍ନୟନ ମୂଳକ କାର୍ଯ୍ୟ ଓ ସରକାରୀ ସମ୍ପଦର ବିଶେଷ କ୍ଷେୟକ୍ଷତି ହେବାରେ ଲାଗିଛି ।ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଓମାଳିରେ 144 ଧାରା ଜାରିକରାଯାଇଛି । ଆଜି ଠାରୁ ୨ ମାସ ଯାଏଁ ଏହି ଧାରା ବଳବତ୍ତର ରହିବ ।ରାତି ୯ ଟାରୁ ସଖାଳ ୮ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ବିନା ଅନୁମତିରେ ଭିତରକୁ ଯାଇପାରିବେ ନାହିଁ କି ରହିପାରିବେ ନାହିଁ ।

Leave A Reply

Your email address will not be published.