ପୁଣି ଛଟେଇ ! ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଡେଲ୍‌ 

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ବଡ଼ ବଡ଼ କମ୍ପାନୀ ଛଟେଇ ଅଭିଯାନ ଚଳାଇଛନ୍ତି। ଏବେ ଏହି ତାଲିକାରେ ଡେଲ କମ୍ପାନୀ ଯୋଡ଼ି ହେବାକୁ ଯାଉଛି। ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦାବି କରାଯାଇଛି କି, ଡେଲ୍‌ ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିପାରେ। ଏହି ଛଟେଇ ଗ୍ଲୋବାଲ ଓ୍ଵାର୍କ ଫୋର୍ସରେ କରାଯିବ।

ରିପୋର୍ଟ ଅନୁସାରେ, କମ୍ପାନୀ ପ୍ରଥମେ ନିଯୁକ୍ତି ବନ୍ଦ କରି ଦେଇଥିଲା। ଏହା ବ୍ୟତୀତ ଯାତାୟାତ କଟକଣା ମଧ୍ୟ ଲଗାଇ ଦେଇଥିଲା। କିନ୍ତୁ ଏହା କମ୍ପାନୀର ଖର୍ଚ୍ଚ କାଟ୍‌ ପାଇଁ ଯଥେଷ୍ଟ ନ ହେବାରୁ କମ୍ପାନୀ ଏବେ ଛଟେଇର ଯୋଜନା କରୁଛି।

୨୦୨୦ରେ ମଧ୍ୟ କମ୍ପାନୀ କରୋନା କାରଣରୁ ଅନେକ କର୍ମଚାରୀଙ୍କୁ ବାହାର କରି ଦେଇଥିଲା। ତେବେ ବର୍ତ୍ତମାନର ଛଟେଇ ପରେ ଡେଲରେ ପାଖାପାଖି ୩୯,୦୦୦ କର୍ମଚାରୀ ରହିବେ ବୋଲି ସୂଚନା ମିଳିଛି।

ମାର୍ଚ୍ଚ ୨୦୨୨ର ସୂଚନା ଅନୁସାରେ, ଏଥି ମଧ୍ୟରୁ କମ୍ପାନୀର ଏକ ତୃତୀୟାଂଶ କର୍ମଚାରୀ ଆମେରିକାରେ ରୁହନ୍ତି।

Leave A Reply

Your email address will not be published.