ଆଜି ନବ ଦାସଙ୍କ ଦଶାହ : ଝାରସୁଗୁଡ଼ାରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁକୁ ନଅ ଦିନ ପୂରିଛି, ଆଜି ତାଙ୍କ ଦଶାହ। ତାଙ୍କ ଆତ୍ମାର ସଦଗତି ପାଇଁ ଏ ଅବସରରେ ଝାରସୁଗୁଡ଼ାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି ।

ଏହି ସ୍ମୃତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟସ୍ତରୀୟ ସମସ୍ତ ନେତୃବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହି ସ୍ମୃତି ସଭାରେ ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ଉପସ୍ଥିତ ରହିବେ ବୋଲି ବିଜେଡି ନେତା ସୁବାସ ସିଂହ ସୂଚନା ଦେଇଛନ୍ତି।

ଏ ନେଇ ପ୍ରସ୍ତୁତିକୁ ସମୀକ୍ଷା କରିବାକୁ ଦିନକ ତଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡ଼ାରେ ପହଞ୍ଚିଥିଲେ।

Leave A Reply

Your email address will not be published.