ଭାରତ ମାନଚିତ୍ର ଉପରେ ପାଦ ରଖି ଟ୍ରୋଲ ହେଲେ ଅକ୍ଷୟ, କ୍ଷମା ମାଗିବାକୁ ଦାବି 

ମୁମ୍ବାଇ : ପୁଣି ଥରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।ନିକଟରେ ଅକ୍ଷୟ ତାଙ୍କ ଶୋ’ର ପ୍ରମୋସନାଲ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓ କ୍ଲିପରେ ଅକ୍ଷୟ କୁମାରଙ୍କ ସହ ଦିଶା ପାଟନୀ, ମୋନି ରୟ, ସୋନମ ବାଜୱା ନଜର ଆସିଥିଲେ। ଭିଡିଓରେ ସମସ୍ତ ଷ୍ଟାରମାନେ ଏକ ପୃଥିବୀରେ ଚାଲୁଥିବାର ନଜର ଆସିଥିଲେ। ତେବେ ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅକ୍ଷୟ କୁମାର ଭାରତ ମାନଚିତ୍ରରେ ପାଦ ରଖିଛନ୍ତି ବୋଲି ଦାବି କରାଯାଉଛି। ଏହି କାରଣରୁ ଅଭିନେତାଙ୍କୁ ଟ୍ରୋଲ କରାଯାଉଛି।

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, ‘ଉତ୍ତର ଆମେରିକାରେ ଶତପ୍ରତିଶତ ଶୁଦ୍ଧ ଦେଶୀ ମନୋରଞ୍ଜନ ଆଣିବାକୁ ଆମେ ପ୍ରସ୍ତୁତ। ଆମେ ମାର୍ଚ୍ଚରେ ଆସିବାକୁ ଯାଉଛୁ’।

ଏହି ପୋଷ୍ଟରେ କିଛି ୟୁଜର କମେଣ୍ଟ କରିଛନ୍ତି, କାନାଡିଅନ୍‌ ଅଭିନେତା ଭାରତୀୟ ମାନଚିତ୍ରରେ ବୁଲୁଛନ୍ତି। ଏହା ଭାରତୀୟଙ୍କ ପାଇଁ ଅପମାନ। ଏହି ଲଜ୍ଜାଜନକ କାର୍ଯ୍ୟ ପାଇଁ ଆପଣ ୧୫୦କୋଟି ଭାରତୀୟଙ୍କୁ କ୍ଷମା ମାଗିବା ଉଚିତ୍‌। ସେହିଭଳି ଆଉ କିଛି ୟୁଜର କହିଛନ୍ତି, ଆମ ଭାରତକୁ ଟିକେ ସମ୍ମାନ ଦିଅ।

ପ୍ରକାଶ ଥାଉ କି ଅଭିନେତା ଅନେକ ଥର କହିଛନ୍ତି ଯେ ସେ ହୃଦୟରୁ ଜଣେ ଭାରତୀୟ।

Leave A Reply

Your email address will not be published.