ଚୀନ୍‌ରେ କୋଭିଡ୍‌ ସ୍ଥିତି ସାଂଘାତିକ, ଆସନ୍ତା ମାସରେ ଦିନକୁ ମରିବେ ୨୫ ହଜାର

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚୀନ୍‌ର କୋଭିଡ୍‌ର ସ୍ଥିତି। ଏବେ ଚୀନ୍‌ରେ ସାଂଘାତିକ ହୋଇଛି ଅବସ୍ଥା। ବ୍ରିଟେନ୍‌ ସଂସ୍ଥାର ଏକ ରିପୋର୍ଟ ମୁତାବକ, ଏବେ ଅତି ଭୟଙ୍କର ସଂକ୍ରମଣ ଦେଖୁଛି ଚୀନ୍‌। ପ୍ରତିଦିନ ୯ ହଜାର ଲୋକଙ୍କ ଜୀବନ ଯାଉଛି। ଆସନ୍ତା ମାସରେ ଏହି ସଂଖ୍ୟା ୨୫ ହଜାର ହେବ। ଚୀନ୍‌ରେ ସ୍ଥିତି ଏତେ ଗମ୍ଭୀର ଥିବା ସତ୍ତ୍ୱେ ଲୋକେ ନୂଆ ବର୍ଷ ପାଳିଛନ୍ତି। ବିଭିନ୍ନ ସହରରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି।

 

କେନ୍ଦ୍ରୀୟ ଉହାନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ମଧ୍ୟରାତ୍ରିରେ ବେଲୁନ୍‌ ଉଡ଼ାଇଥିଲେ ବେଲୁନ। ଓଲ୍ଡ କ୍ଳକ୍‌ ଟାଓ୍ଵାର ପାଖରେ ପ୍ରବଳ ଗହଳି ହୋଇଥିଲା। ଗହଳି ନ କରିବା ପାଇଁ ପୋଲିସର ନିବେଦନକୁ ଲୋକେ ଗ୍ରହଣ କରି ନଥିଲେ। ଦୁଇ ବର୍ଷର କଠୋର ଲକଡାଉନ୍‌ରୁ ମୁକ୍ତି ମିଳିଥିବାରୁ ଲୋକେ ଖୁଲମଖୁଲା ବୁଲିଥିଲେ।

 

ତେବେ ନୂଆବର୍ଷର ଏହି ସେଲିବ୍ରେସନ୍‌ ଭାଇରସ୍‌କୁ ଆହୁରି ବିଞ୍ଚିବ। ଚୀନ୍‌ ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି। ଜାନୁଆରୀ ଶେଷ ଆଡ଼କୁ ଚୀନ୍‌ ନିଜର ନୂଆବର୍ଷ ପାଳିବ। ଏହି ସମୟରେ ଲୋକେ ଛୁଟି କାଟିଥାନ୍ତି। ପରିବାର ସହ ଏକାଠି ହେବାକୁ ସହରରୁ ଗାଁ ମୁହାଁ ହୋଇଥାନ୍ତି। ତେଣୁ ଜାନୁଆରୀ ଶେଷ ଆଡ଼କୁ ନୂଆ ଲହର ଆସିବ ବୋଲି ଆଶଙ୍କା କରାଯାଉଛି। ଲୋକଙ୍କ ସହ ସହରରୁ ଗାଁକୁ ଯିବ ଭାଇରସ। ଫଳରେ ସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.