ଯୌନ ଉତ୍ପୀଡ଼ନ ଅଭିଯୋଗ, ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂହ। ଜୁନିଅର ମହିଳା କୋଚ୍‌ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। ଅନ୍ୟପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍‌ଆଇଟି ଗଠନ କରିଛନ୍ତି।

 

ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କୋଚ୍‌ ହରିୟାଣା ଗୃହ ମନ୍ତ୍ରୀ ଅନିଲ ବିଜଙ୍କୁ ଭେଟିଛନ୍ତି। ମନ୍ତ୍ରୀ ମଧ୍ୟ ମାମଲାର ଗଭୀର ତଦନ୍ତ କରାଯିବ ବୋଲି ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Leave A Reply

Your email address will not be published.