ଡାଳିମ୍ବ ଚୋପାରେ ବି ଭରି ରହିଛି ଅନେକ ଔଷଧୀୟ ଗୁଣ, କ୍ୟାନସରକୁ ବି ଦେଇପାରେ ମାତ୍

ଡାଳିମ୍ବ ପାଟିକୁ ଯେତେ ସୁଆଦିଆ ଲାଗେ, ଶରୀର ପାଇଁ ମଧ୍ୟ ସେତିକି ସ୍ବାସ୍ଥ୍ୟକର ହୋଇଥାଏ।

ଶରୀର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କିଛି ବ୍ୟକ୍ତି ନିୟମିତ ଡାଳିମ୍ବ ମଞ୍ଜି ଖାଇଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ମଞ୍ଜି ଭଳି ତାହାର ଚୋପାରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି।

ଏହାର ଚୋପାରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ।

ଏହା ସହ କର୍କଟ ସହ ଶରୀରର ବିଭିନ୍ନ ରୋଗ ସମସ୍ୟା ଦୂର କରିଥାଏ।

ଆସନ୍ତୁ ଜାଣିବା ଡାଳିମ୍ବ ଚୋପାର ଉପକାରିତା…

ଶରୀରକୁ ସୁସ୍ଥ ରଖିବା ପାଇଁ ଡାଳିମ୍ବ ଚୋପାରେ ପ୍ରସ୍ତୁତ ଚା’କୁ ଦୈନିକ ସେବନ କରନ୍ତୁ।

ଏହା ଦ୍ବାରା ଶରୀର ସୁସ୍ଥ ରହିବ। ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି, ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ପୋଷକ ରହିଥାଏ।

ଏଥିରେ ଚା’ ପ୍ରସ୍ତୁତ କରିବା ପାଇଁ ଡାଳିମ୍ବ ଚୋପାକୁ ସଫା କରି ତାହାକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ।

ଏହି ଗୁଣ୍ଡକୁ ନିତିଦିନ ସକାଳେ ସନ୍ଧ୍ୟାରେ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ।

ପାଚନ ସମସ୍ୟା ଥିଲେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣି ସହ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡ ସେବନ କରନ୍ତୁ।

ଏହା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ।

ଡାଇରିଆ ବା ପେଟ ଖରାପ ସମୟରେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

ଡାଳିମ୍ବ ଚୋପା ଖାଇବା ଦ୍ୱାରା ହୃଦଜନିତ ରୋଗରୁ ରକ୍ଷା ମିଳେ।

ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

ପ୍ରତିଦିନ ଡାଳିମ୍ବ ଚୋପା ଗୁଣ୍ଡ ସେବନ ଦ୍ବାରା ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ହୋଇନଥାଏ।

ଏଥିସହ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ଼ ଶକ୍ତ ହୋଇଥାଏ ।

ସକାଳେ ଓ ସନ୍ଧ୍ୟାରେ ଦୈନିକ ଉଷୁମ ପାଣି ସହ ଡାଳିମ୍ବ ଚୋପା ଗୁଣ୍ଡ ସେବନ କଲେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।

Leave A Reply

Your email address will not be published.