ବଢୁଛି ତାପମାତ୍ରା, କମୁଛି ଶୀତ: କୁହୁଡ଼ି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ରାତିର ତାପମାତ୍ରା, କମିଛି ଶୀତର ପ୍ରଭାବ। ଫଳରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି ।

ଏଣୁ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି।

ଘନ କୁହୁଡ଼ି ପାଇଁ ଆଜି ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କୁହୁଡ଼ି ଯୋଗୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ହେଉଛି ।

ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପୋଲିସ ଓ ପରିବହନ ବିଭାଗକୁ ଆଲର୍ଟ ରହିବା ସହ ସତର୍କତା ଅବଲମ୍ବନ ପାଇଁ କହିଛନ୍ତି ।

ଚିଠି ମୁତାବକ, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି ।

ଏଥିପାଇଁ ଜାତୀୟ ରାଜପଥରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।

Leave A Reply

Your email address will not be published.