ପିଲାଙ୍କୁ ଖାଦ୍ୟ ଦେଇନପାରି ନିଦ ବଟିକା ଦେଇ ଶୁଆଇ ଦେଉଛନ୍ତି ବାପା-ମା

ବର୍ତମାନ ଅନେକ ଗୁଡିଏ ଛୋଟ ବଡ ରାଷ୍ଟ୍ର ଆର୍ଥିକ ସମସ୍ୟାଦେଇ ଗତି କରୁଛନ୍ତି । କେଉଁଠି ପାଣି ନାହିଁ ତ କେଉଁଠି ଖାଦ୍ୟ ନାହିଁ । ଏଥିରେ ପିନ୍ଧିବା କପଡାକୁ ବା କିଏ ପଚାରେ। ସେଥିମଧ୍ୟରୁ ଗୋଟେ ଦେଶ ହେଉଛି ଆଫଗାନିସ୍ତାନ । ଆତଙ୍କୀ ସଙ୍ଗଠନ ତାଲିବାନ୍‌ ଆଫଗାନକୁ କବ୍ଜା କରିନେବା ପରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଫଗାନ ବାସୀ ।ବିଭିନ୍ନ ପ୍ରକାର ସରିଆ ନିୟମ ରାଷ୍ଟ୍ରରେ ଆଣିବା ସହ ମନ ଇଛା ଶାସନ ଚାଲୁ ରଖିଛନ୍ତି ତାଲିବାନି ସରକାର। ଗରିବ ଲୋକଙ୍କର କଷ୍ଟ କହିଲେ ନସରେ। ନା କେଉଁଠି କାମ ମିଳୁଛି ନା ପଇସା । ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି ଏଠାକାର ଲୋକମାନେ। ପରିସ୍ଥିତି ବେଳକୁ ବେଳ ଆହୁରି ସଙ୍ଗୀନ ହେବାରେ ଲାଗିଛି । ଲୋକମାନେ ଘରର ମହିଳା ମାନଙ୍କୁ ବିକ୍ରି କରିବାକୁ ବି ପଛାଉନାହାନ୍ତି । ନିଜ ଶରୀରର ଅଙ୍ଗ ପ୍ରତ୍ୱେଙ୍ଗକୁ ବିକ୍ରି କରି ନିଜସ୍ୱ ଗୁଜୁରାଣ ମେଣ୍ଟାଉଛନ୍ତି ଲୋକେ । ଏପଟେ ଛୁଆ ମାନଙ୍କୁ ଖାଦ୍ୟ ଦେଇନପାରି ନିଦ ବଟିକା ଦେଇ ଶୁଆଇ ପକାଉଛନ୍ତି ବାପା-ମା। ଯାହାଦ୍ୱାରା ପିଲା ମାନଙ୍କ ଲିଭର ଉପରେ ପ୍ରଭାବ ପଡୁଛି । ଫଳରେ ଅପପୁଷ୍ଟି ଓ ବିକଳାଙ୍ଗ
ସଂଖ୍ୟା ବଢ଼ିବାରେ ଲାଗିଛି। ଆଫଗାନୀସ୍ତାନକୁ ଆତଙ୍କୀ ସଙ୍ଗଠନ ତାଲିବାନ୍‌ କବ୍ଜା କରିନେବା ପରେ ଦେଶକୁ ବିଦେଶୀ ପାଣ୍ଠି ଆସିବା ବନ୍ଦ ହୋଇଯାଇଛି। ଆଗଭଳି ପଡୋଶୀ ଦେଶ ମାନେ ଦେଉଥିବା ଖାଦ୍ୟ ଶସ୍ୟ, ଔଷଧ ଓ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଆସିବା ବନ୍ଦ ହୋଇଯାଇଛି । ଫଳରେ ଏବେ ଆଫଗାନିସ୍ତାନ ବାସୀଙ୍କୁ କାଳ ଗ୍ରାସ କରିଛି କହିଲେ ଭୁଲ ହେବ ନାହିଁ ।

Leave A Reply

Your email address will not be published.