ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଛାଡ କରାଯାଇଛି ୩ ବର୍ଷର ବାକିଥିବା “ଶ୍ରୀ ସାଇବାବା ଟେମ୍ପଲ୍ ଟ୍ରଷ୍ଟ୍ ଅଫ୍ ଶିରିଡ଼ି”ର ଆୟକର ଟିକସ ୧୭୫ କୋଟି ଟଙ୍କା। ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ ଜାରି କରିଥିବା ‘ରିଲିଜ୍’ରେ ଉଲ୍ଲେଖ ଅଛି। ଏହା ସହିତ ଉଲେଖ ଅଛିଯେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ମୂଲ୍ୟାୟନ ସମୟରେ ଆୟକର ବିଭାଗ ଧରି ନେଇଥିଲା ଯେ, ‘ଶ୍ରୀ ସାଇବାବା ସଂସ୍ଥାନ’ ଏକ ଅଧ୍ୟାତ୍ମିକ ଟ୍ରଷ୍ଟ୍ ନୁହେଁ, ଏହା ଏକ ଚାରିଟେବଲ ଟ୍ରଷ୍ଟ୍ । ତେଣୁ ମନ୍ଦିର ହୁଣ୍ଡିରୁ କରିଥିବା ଆୟ ଉପରେ ୩୦% ଟିକସ ଲାଗୁ କରିଥିବା ବେଳେ ୧୮୩ କୋଟି ଟଙ୍କା ପୈଠ କରିବାକୁ ନୋଟିସ୍ ଜାରି କରିଥିଲେ। ଟ୍ରଷ୍ଟର କର୍ମକର୍ତା ନୋଟିସ୍ ପାଇବା ପରେ ସୁପ୍ରିମ୍ କୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ। ଟିକସ ନିର୍ଦ୍ଧାରଣ କରାଯିବା ପର୍ଯ୍ୟନ୍ତ ଆୟକର ବିଭାଗରେ ପୈଠ କରିବାକୁ ଥିବା ଦେୟ ଉପରେ ରହିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ସିରିଡ଼ି ସାଇବାବା ମନ୍ଦିର ଏକ ଧାର୍ମିକ ସ୍ଥାନ ଏବଂ ଏହାକୁ ଏକ ଚାରିଟେବଲ ଟ୍ରଷ୍ଟ୍ ଭାବେ ସ୍ବୀକୃତି ଦେଇ ଶେଷରେ ଆୟକର ବିଭାଗ ହୁଣ୍ଡିରେ ଥିବା ଦାନ ଉପରେ ଲାଗୁ କରିଥିବା ଟିକସ ଛାଡ଼ କରିଛି।