ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ମ୍ଯାଚଫିଜ୍

ପୁରୁଷ କ୍ରିକେଟ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କୁ କମ ପରିମାଣର ମ୍ଯାଚ ଫିଜ୍ ମିଳୁଥିଲା, ଏହି ତାରତମ୍ୟକୁ ବିସିସିଆଇ ଦୂର କରିଛି। ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହା ଆଜି ଟ୍ଵିଟ କରି ଜଣାଇଛନ୍ତି ଯେ କ୍ରିକେଟରୁ ଲିଙ୍ଗଗତ ତାରତମ୍ୟ ଦୂର ହୋଇଛି, ଏବେ ବିସିସିଆଇ ପାଇଁ ଖେଳୁଥିବା ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ପରିମାଣର ମ୍ଯାଚ ଫିଜ୍ ମିଳିବ । ମହିଳା କ୍ରିକେଟରମାନଙ୍କୁ ଏବେ ପୁରୁଷ କ୍ରିକେଟରମାନଙ୍କ ଭଳି ଟେଷ୍ଟମ୍ଯାଚ ପାଇଁ ୧୫ ଲକ୍ଷ ଟଙ୍କା, ଏକଦିବସୀୟ ମ୍ଯାଚ ପାଇଁ ୬ ଲକ୍ଷ ଟଙ୍କା ଓ ଟି୨୦ ମ୍ଯାଚ ପାଇଁ ୩ଲକ୍ଷ ଟଙ୍କା ମ୍ଯାଚଫିଜ୍ ଆକାରରେ ମିଳିବ।

Leave A Reply

Your email address will not be published.