ଯେଉଁସବୁ ପଞ୍ଚାୟତ ବିଜେଡିକୁ ଭୋଟଦେବେ, ସେଗୁଡିକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଲେଖାଏଁ ଟଙ୍କା

ଧାମନଗର ଉପନିର୍ବାଚନ ପ୍ରଚାର ଜୋରଦାର ହେଉଥିବା ବେଳେ ଦୁଇଦିନ ତଳୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ବିଜେପି ପ୍ରତିବାଦ କରିଛି । ଏହି ଭିଡିଓ ମାଧ୍ୟମରେ ପ୍ରଚାର କରାଯାଉଛି ଯେ ଯେଉଁ ପଞ୍ଚାୟତରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଅଧିକ ଭୋଟ ମିଳିବ, ସେହି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ଦେବେ ! ଏକଥା ବିଜେଡିର ଏକ ନିର୍ବାଚନୀ ସଭାରେ ଦଳର ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଜଣେ ବ୍ଯକ୍ତି କହୁଥିବାର ଦେଖାଯାଉଛି। ପୂର୍ବରୁ ବିଜେଡି ସମର୍ଥନ ପାଇଁ ଜଣେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଟଙ୍କା ବାଣ୍ଟୁଥିବାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଜେପି ନେତାମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ଓ ଏହା ଉପରେ ଅଙ୍କୁଶ ଲଗା ନଗଲେ ସେମାନେ ଧାରଣାରେ ବସିବେ ବୋଲି ସତର୍କ କରାଇଦେଇଛନ୍ତି।

Leave A Reply

Your email address will not be published.