ହକି : ପ୍ରାଇଡ ଅଫ ସୁନ୍ଦରଗଡ ଅଭିଯାନ

୨୦୨୩ ବିଶ୍ଵକପ ହକି ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବେଠୁ ସାଦର କରିଛି ‘ସୁନ୍ଦରଗଡ଼ ଗୌରବ’ ଅଭିଯାନ ! ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ, ଏହାର ଲୋକପ୍ରିୟତାକୁ ବର୍ଣାଢ୍ଯ ଭାବେ ପ୍ରଚାରିତ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି କୁହାଯାଇଛି। ଜାନୁଆରୀ ୧୩ ତାରିଖରେ ଉଦଘାଟିତ ହେବ ହକିର ମହାକୁମ୍ଭ, ଏଥିପାଇଁ ଶହେଦିନ ପୂର୍ବରୁ ଭାରତୀୟ ହକିରେ ସୁନ୍ଦରଗଡର କୀର୍ତ୍ତିମାନ ସମ୍ପର୍କରେ ହକିପ୍ରେମୀ ଓ ସାଧାରଣ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଏହି ଜିଲ୍ଲାର ୭୫ ବରିଷ୍ଠ ଓ କନିଷ୍ଠ ଖେଳାଳି ଆନ୍ତର୍ଜାତିକ ହକି ମ୍ଯାଚ ଖେଳିବାର ଗୌରବ ହାସଲ କରିଛନ୍ତି, ରାଉରକେଲା ପାନପୋଷ କ୍ରିଡା ହଷ୍ଟେଲର ୬୭ ଅନ୍ତେବାସୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି – ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଅଲମ୍ପିକ ହକି ତାରକା ! ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ ହକି କ୍ଵିଜ୍’ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି।

Leave A Reply

Your email address will not be published.