ମହାକାଳପଡ଼ାରେ ଗ୍ରାମୀଣ ପାନୀୟଜଳ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଅତନୁ ସବ୍ଯସାଚୀ

ଆଜି ସକାଳେ ଜମ୍ବୁ ରେଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ କରିବା ସହିତ ସ୍ଥାନୀୟ ଘରପୋଡି ବିପନ୍ନ ଛତର ଗ୍ରାମ ପରିଦର୍ଶନ କରିଛନ୍ତି । ଜମ୍ବୁରେ ପହଞ୍ଚିବା ସମୟରେ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜମ୍ବୁ ପଞ୍ଚାୟତରେ ଘଟିଯାଇଥିବା ରାମକୃଷ୍ଣ ମଣ୍ଡଳ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦୃଷ୍ଟିରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ସ୍ଥାନୀୟ କିଛି ମହିଳା ଅନୁରୋଧ କରିଥିଲେ। ଏହା ଉପରେ ବିହିତ ତଦନ୍ତ ପାଇଁ ପୋଲିସ ସହ ଯୋଗାଯୋଗ କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଜି ଗସ୍ତକାଳରେ ମନ୍ତ୍ରୀ ମହାକାଳପଡା ବ୍ଲକର ଭାଟେଣୀ ଓ ସୁନିତୀ ଠାରେ ଗ୍ରମୀଣ ପାନୀୟଜଳ ପ୍ରକଳ୍ପ , ତନ୍ତିଆପାଳ ପୋଲ ଏବଂ ସୁନିତୀ ଗ୍ରାମପଚାଂୟତ ବେଣାକନ୍ଧା ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଥିଲେ।

Leave A Reply

Your email address will not be published.