ଉପ-ଅଧିନାୟକ ପଦରୁ ବିଦା ହେଲେ କେ ଏଲ ରାହୁଲ, ଖରାପ ଫର୍ମ ପାଇଁ ବିଦା କଲା ବିସିସିଆଇ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇଟି ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ଟିମରେ କୌଣସି ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିନଥିବା ବେଳେ କେ ଏଲ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ବିଦା କରାଯାଇଛି। ଖରାପ ଫର୍ମ ପାଇଁ ତାଙ୍କୁ ବିସିସିଆଇ ଉପ-ଅଧିନାୟକ ପଦରୁ ବାହାର କରିଛି। ରବିବାର ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି। ଏଥିରେ କେଏଲ ରାହୁଲଙ୍କ ନାଁ ଆଗରେ ଉପ ଅଧିନାୟକ ଲେଖାଯାଇ ନଥିବା ଜଣାଯାଇଛି।

ତେବେ ନୂଆ ଉପ ଅଧିନାୟକ କିଏ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ଏହି ପଦ ପାଇଁ ଶୁବମନ ଗିଲ୍‌ ଏବଂ ଶ୍ରେୟସ ଆୟରଙ୍କ ନାଁ ଚର୍ଚ୍ଚାରେ ରହିଛି।

କେଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚରେ ମାତ୍ର ୩୮ ରନ୍‌ କରିଛନ୍ତି। ଏଣୁ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତାଙ୍କ ଠାରୁ ବିସିସିଆଇ ଉପ ଅଧିନାୟକ ପଦ ଛଡାଇ ନେଇଛି ବୋଲି ଚର୍ଚ୍ଚା ହେଉଛି। ତେବେ କେଏଲ ରାହୁଲଙ୍କ ସପକ୍ଷରେ ରହିଛନ୍ତି କୋଚ ରାହୁଲ ଦ୍ରାବିଡ। ସେ କହିଛନ୍ତି, କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କରିବା ଦ୍ୱାରା କାହା ଦକ୍ଷତା ଉପରେ ପ୍ରଶ୍ନ ଉଠାଇପାରିବ ନାହିଁ। ଆଉ ବୋଧେ ଦ୍ରାବିଡଙ୍କ ସପକ୍ଷ ଯୋଗୁଁ କେଏଲ ରାହୁଲ ଟିମରେ ରହିଛନ୍ତି ବୋଲି ଆଲୋଚନା ହେଉଛି।

କହି ରଖୁଛୁ ଯେ ଗଲା ଦୁଇ ବର୍ଷ ଧରି କେ ଏଲ ରାହୁଲଙ୍କ ବ୍ୟାଟରୁ ସେଭଳି କୌଣସି ବଡ ଇଂନିସ୍ ଦେଖିବାକୁ ମିଳିନି। ଟି-୨୦ ଓ ଦିନିକିଆରେ ତାଙ୍କର ବ୍ୟାଟିଂ ସାମାନ୍ୟ ଭଲ ଥିଲେ ହେଁ, ଟେଷ୍ଟରେ କିନ୍ତୁ ସେ କୌଣସି କମାଲ କରିପାରୁନାହାନ୍ତି।

Leave A Reply

Your email address will not be published.